ଧାରଣାରତ ବିଜେପି ବିଧାୟକଙ୍କୁ ବାସଭବନକୁ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୩: ଧାରଣାରତ ଥିବା ବିଜେପି ବିଧାୟକଙ୍କୁ ନିଜେ ଧାରଣାସ୍ଥଳକୁ ଆସି ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ  ଆଲୋଚନା କରୁଛନ୍ତି। ସୂଚନା ଯୋଗ୍ୟ ଯେ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ ବିଜେପି ବିଧାୟକ।

ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ପ୍ରସଙ୍ଗରେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସୂଚନା  ଦେଇ କହିଛନ୍ତି ଯେ ଧାନ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଡାକିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବାଚସ୍ପତିଙ୍କ ସହ କଥା ହୋଇ ସର୍ବଦଳୀୟ ବୈଠକ ହେବ ।
ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରିବି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।