ଭୁବନେଶ୍ୱର,୧୧/୦୨: ଏବେ ରାଜ୍ୟରେ ବଢି ଚାଲିଛି ବିବାହ ବିଚ୍ଛେଦ ସଂଖ୍ୟା । ଆଉ ବଢୁଥିବା ବିବାହ ବିଚ୍ଛେଦ ସଂଖ୍ୟାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ବିଚ୍ଛେଦ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିବାହ ପୂର୍ବରୁ କାଉନସେଲିଂ ସେଣ୍ଟର୍ରେ କରାଯିବ କାଉନସେଲିଂ । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀଘ୍ର ଖୋଲାଯିବ ମେଣ୍ଟାଲ ହେଲ୍ଥ କାଉନସେଲିଂ ସେଣ୍ଟର୍ । ମାନସିକ ସ୍ଵାସ୍ଥ୍ୟ କୁ ସୁଧାରିବା ଛାଡ଼ପତ୍ର ରୋକିବା ଏବଂ ବିବାହ କୁ ସଠିକ୍ ଭାବରେ ବୁଝିବା ପାଇଁ ଏହି ସେଣ୍ଟର୍ କାର୍ଯ୍ୟ କରିବ। ମଦରସ କୋର୍ଟ କିମ୍ବା ମା ର ଛାଟ ନାମରେ ଏହାକୁ ନାମିତ କରାଯିବ । ଖୁବଶୀଘ୍ର ଏହା ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।