ଭୁବନେଶ୍ୱର,୦୯/୦୨: ଅଧାରୁ ଅଟକିଲା ବାରବାଟୀ ଦିନିକିଆ ମ୍ୟାଚ । ହଠାତ ଫ୍ଲଡ ଲାଇଟ ବନ୍ଦ ହୋଇଯିବାରୁ ଅଟକିଲା ଭାରତ-ଇଂଲଣ୍ଡ ମ୍ୟାଚ । ମ୍ୟାଚ ଅଟକିବାରୁ ରୋହିତ ଶର୍ମା ବିରକ୍ତି ପ୍ରକାଶ କରିବା ସହ ଲାଇଟ ବନ୍ଦ ହୋଇଯିବାରୁ ପଡିଆରୁ ପାଭିଲିୟନ ଫେରିଗଲେ ଖେଳାଳି । ବାରବାଟୀରେ ଏଭଳି ବିଭ୍ରାଟ ପାଇଁ ଏବେ ଓସିଏ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ବର୍ତ୍ତମାନ ଫ୍ରଡ ଲାଇଟ ମରାମତି କାମ ଚାଲିଛି ।