ଭୁବନେଶ୍ୱର,୦୯/୦୨: ଆଜି ଛତିଶଗଡର ବିଜାପୁର ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିବିନିମୟରେ ୧୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ଏହାସହ ୨ ଜଣ ଯବାନ ଗୁରୁତର ମଧ୍ୟ ହୋଇଛନ୍ତି । ଘଟଣା ସ୍ଥଳରୁ ଯବାନଙ୍କୁ ଉଦ୍ଧାର କରିବାକୁ ଜଗଦଲପୁରରୁ ଏମଆଇ ହେଲିକପ୍ଟର ପଠାଯାଇଛି । ଏବେ ବିଜାପୁରରେ ପଂଚାୟତ ନିର୍ବାଚନ ହେଉଛି । ଏଣୁ ନକ୍ସଲମାନେ ଏହି ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଜଣାପଡିଛି ।