ଭୁବନେଶ୍ୱର,୦୯/୦୨: ଜଗତସିଂହପୁର ସଦର ଦୁର୍ଗ ବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ବ୍ୟାଙ୍କର ସର୍ଟର ବାଟଦେଇ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବ୍ୟାଙ୍କର ସର୍ଟର ଭାଙ୍ଗିବା ସହିତ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। କ୍ଷୟକ୍ଷତିର ସ୍ପଷ୍ଟ ସୂଚନା ମିଳିନି ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।