କାଲି ବାରବାଟୀରେ ଟକ୍କର , ଆଜି ଅଭ୍ୟାସ କରିବେ ଖେଳାଳି

ଭୁବନେଶ୍ୱର,୦୮/୦୨: ଆସନ୍ତାକାଲି ବାରବାଟୀରେ ଭାରତ-ଇଂଲଣ୍ଡ ଟକ୍କର । ମୁକାବିଲା ପାଇଁ ୨ ଦଳ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ଆଜି ଟିମ ଇଣ୍ଡିଆ ବାରବାଟୀକୁ ଅଭ୍ୟାସ ପାଇଁ ଯିବ । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ଅପରାହ୍ଣ ୫ଟାରେ ଅଭ୍ୟାସ କରିବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି । ତେବେ ଇଂଲଣ୍ଡ ଟିମ୍ ଅଭ୍ୟାସ କରିବାକୁ ଯିବ ନାହିଁ । ଇଂଲଣ୍ଡ ଟିମର ଅପରାହ୍ଣ ୧ଟାରୁ ୪ ପର୍ୟ୍ୟନ୍ତ ଅଭ୍ୟାସ କରିବାର କାର୍ୟ୍ୟକ୍ରମ ଥିଲା । କିନ୍ତୁ ଟିମ୍ କଟକ ନଯାଇ ଭୁବନେଶ୍ବର ଗଲ୍ଫ କ୍ଲବରେ ଗଲ୍ଫ ଖେଳିବେ । ଖେଳାଳିମାନେ ଭୁବନେଶ୍ବର ମେ’ଫେୟାରରେ ରହୁଥିବାରୁ ଅଭ୍ୟାସ ଓ ରବିବାର ମ୍ୟାଚ୍ ପାଇଁ ପରିବହନ କରିବାକୁ ଓସିଏ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓସିଏ ପକ୍ଷରୁ ୫ଟି ସ୍ବତନ୍ତ୍ର ବସ୍ ସହ କିଛି ଇନୋଭା ଗାଡ଼ି କମିସନରେଟ ପୁଲିସକୁ ହସ୍ତାନ୍ତର କରାଯାଇଛି । ଷ୍ଟାଡିୟମରେ ମଧ୍ୟ ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଭୟ ଦଳର ଅଭ୍ୟାସ ପାଇଁ ସ୍ବତନ୍ତ୍ର ପିଚ୍ ନିର୍ମା‌ଣ ହୋଇଥିବା ବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶନିବାର ଖେଳାଳିମାନଙ୍କ ଅଭ୍ୟାସ ଦେଖିବା ପାଇଁ ଦର୍ଶକମାନଙ୍କୁ ଷ୍ଟାଡିୟମରେ ଗ୍ୟାଲେରି ନଂ-୫କୁ ଯିବା ସୁବିଧା କରାଯାଇଛି । ଦର୍ଶକଙ୍କ ଭିଡ଼କୁ ଅନୁମାନ କରି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମ୍ୟାଚ୍ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।

Leave a Reply

Your email address will not be published. Required fields are marked *