ପ୍ରେମ ସପ୍ତାହ ଆରମ୍ଭ, ଗୋଲାପରୁ ପ୍ରଥମ ଦିନ….

ଭୁବନେଶ୍ୱର,୦୭/୦୨: ପ୍ରେମ ସବୁବେଳେ ଶାଶ୍ୱତ ଓ ଚିରନ୍ତନ । ପ୍ରେମ ନିସ୍ୱାର୍ଥ ଆଉ ଶାଶ୍ୱତ । ପ୍ରେମ ମାନେନା ବୟସ, ଜାତି, ସୀମା । ସେହି ପ୍ରେମ ପାଇଁ ବର୍ଷରେ ଗୋଟିଏ ସପ୍ତାହ ପ୍ରେମ ସପ୍ତାହ । ଆଜିଠୁ ଆରମ୍ଭ ହେଲା ପ୍ରେମ ସପ୍ତାହ । ପ୍ରତ୍ୟେକଙ୍କ ଜୀବନରେ କେବେ ନା କେବେ ଆସେ ପ୍ରେମ ଋତୁ । ହେଲେ ଏଇ ୭ ଦିନ ଧରି ପ୍ରେମ ଆକାଶର ନୀଳ ମେଘମାଳାରେ ଘୁରି ବୁଲିବେ ପ୍ରେମିକ ଓ ପ୍ରେମିକା । ପ୍ରେମର ଏହି ମହାପର୍ବ ଆରମ୍ଭ ହୁଏ ଗୋଲାପର ମଧୁର ବାସ୍ନାରୁ । ଏଠି ଗୋଲାପ ପ୍ରେମ, ବନ୍ଧୁତ୍ୱ ଓ ସମ୍ପର୍କର ପ୍ରତୀକ । ଏଣୁ ପ୍ରେମ ସପ୍ତାହର ପ୍ରଥମ ଦିନ ପାଳନ ହୁଏ ରୋଜ୍‌ ଡେ’ । ଗୋଲାପ ଫୁଲ ନୁହେଁ ତ, ପ୍ରୀତିର ପ୍ରତୀକ । ଏହିଦିନ ଗୋଲାପ ଫୁଲଟିଏ ପରି ସାଥୀର ଜୀବନ ସୁବାସିତ କରିବାକୁ ସଂକଳ୍ପ ନେବେ ପ୍ରେମୀଯୁଗଳ । ରାଗ-ଋଷା, ମାନ-ଅଭିମାନରେ ଦୃଢ଼ ହୁଏ ପ୍ରେମ ସମ୍ପର୍କ । କିନ୍ତୁ ଲାଲ୍‌ ଗୋଲାପ ପ୍ରେମ ଓ ପ୍ରଶଂସାର ପ୍ରତୀକ । ରୋଜ୍‌ ଡେ‘ରେ ଗୋଲାପର ସ୍ୱତନ୍ତ୍ର ସ୍ଥାନ । ଏକ ଜୀବନ୍ତ ଲାଲ୍‌ ରଙ୍ଗ ଉତ୍ସାହ, ଇଚ୍ଛା ଓ ପ୍ରୀତିର ସାନ୍ନିଧ୍ୟ ଗୋଲାପ । ପ୍ରେମିକଟିଏ ତା ପ୍ରେମିକା ପାଇଁ ଅନାବିଳ ପ୍ରେମ, ପ୍ରଶଂସା ଓ ଆନନ୍ଦର ପ୍ରତୀକ ରୂପେ ପ୍ରେମ ସପ୍ତାହର ପ୍ରଥମ ଦିନର ଗୋଲାପ ଉପହାର ଦେଇଥାଏ ।

ପ୍ରତି ବର୍ଷ ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ପାଳନ କରାଯାଏ ପ୍ରେମ ସପ୍ତାହ । ପ୍ରଥମ ଦିନ ରୋଜ୍ ଡେ’ ରେ ପରସ୍ପରକୁ ଗୋଲାପ ଦେଇ ନିଜର ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ । ପ୍ରେମ ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋ’ଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ । ଆଉ ଏହି ୭ ଦିନରେ ପ୍ରେମର ପ୍ରତିଟି ସୋପାନ ଦେଇ ଶେଷରେ ପ୍ରୀତି ନିବେଦନ କରନ୍ତି ପ୍ରେମିକ ପ୍ରେମିକା । ତେଣୁ ପ୍ରେମ ସପ୍ତାହରେ ଲାଲ୍‌ ଗୋଲାପର ଚାହିଦା ସବୁଠାରୁ ଅଧିକ ।

Leave a Reply

Your email address will not be published. Required fields are marked *