ରାଜଧାନୀରେ ପୁଣି ମୋ ବସ୍ ନେଲା ଜୀବନ, ବସ୍‌ ଧକ୍କାରେ ନାବାଳିକା ମୃତ୍ୟୁ

ଭୁବନେଶ୍ୱର,୪/୦୨: ରାଜଧାନୀରେ ପୁଣି ମୋ ବସ୍ ନେଲା ଜୀବନ । ମୋ ବସ୍‌ ଧକ୍କାରେ ନାବାଳିକାର ମୃତ୍ୟୁ ହୋଇଛି। ଭୁବନେଶ୍ୱର ନନ୍ଦନକାନନ ରୋଡରେ ଏହି ଦୁର୍ଘଟଣା ଘଟିଛି। ସକାଳେ ଯାଉଥିବାବେଳେ ନାବାଳିକାକୁ ଧକ୍କା ଦେଇଥିଲା ମୋ ବସ। ଦୁର୍ଘଟଣା ପରେ ପ୍ରତିବାଦରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି । ଟାୟାର ଜାଳି ପ୍ରତିବାଦକୁ ଓହ୍ଲାଇଛନ୍ତି । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଜାରି ରହିଛି । ଧାରଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ବସ ଗୁଡିକ ଅଟକି ରହିଛି । ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବିଭିନ୍ନ ଲୋକ ମୋ ବସକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଘଟଣା ସ୍ଥଳରେ ପୋଲିସକୁ ବି ଘେରିଛନ୍ତି ଲୋକେ । ଧାରଣାରୁ ଉଠିବେନି ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଜିଲ୍ଲାପାଳ ଘଟଣାସ୍ଥଳରକୁ ଆସି ମୃତ ନାବାଳିକାର ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଲୋକେ ।