ପୁଣିଥରେ ଲକ୍‌ଡାଉନ୍‌ ସମୟକୁ ଫେରିବାକୁ ଚାହୁଁନୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭/୩: କରୋନା ସ୍ଥିତି ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ ଆମେ ଆଉ ଥରେ ପୁଣି ଲକ୍‌ଡାଉନ୍‌ ସମୟକୁ ଫେରିବାକୁ ଚାହୁଁନୁ ।
ସର୍ତକତା ଓ ସଚେତନତାକୁ ନିଶ୍ଚିତ କରିବାକୁ ପ୍ରାଥମିକତା ଦେଉଛୁ । ବିଶାଳ ଜନସଂଖ୍ୟା ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ଆସିବାକୁ ସମୟ ଲାଗିବ । ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।