ଭୁବନେଶ୍ୱର,୩/୦୨: ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆକ୍ସନ ମୋଡ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରୋଗୀକୁ ଦେଖୁ ଦେଖୁ ସଙ୍ଗେ ସଙ୍ଗେ ହସ୍ପିଟାଲ ପଠାଇଲେ ମୁଖ୍ୟମନ୍ତ୍ରୀ। ଅଭିଯୋଗ ପ୍ରକୋଷ୍ଠରୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେବାକୁ ନିର୍ଦ୍ଦେଶ ଦେଲେ। ବାଲାଙ୍ଗୀର ସଇଁତଳାରୁ ଆସିଥିବା ଆଲୋକ କାଲସେ। ତାଙ୍କୁ ବୟସ ୧୨ ବର୍ଷ ହେଲାଣି କିନ୍ତୁ ହେଲେ ସେ ଚାଲି ପାରୁନାହାନ୍ତି। ଚିକିତ୍ସା ପାଇଁ ବାପା ମା, ଆଲୋକଙ୍କୁ ନେଇ ବହୁତ ଆଡ଼େ ବୁଲିଲେଣି। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଦୌଡ଼ି ଆସିଥଲେ। ତେବେ ଅଭିଯୋଗ ପ୍ରକୋଷ୍ଠରେ ପହଂଚିବା କ୍ଷଣି ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋକଙ୍କ ପାଖକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା କଥା ପଚାରି ବୁଝିଥିଲେ। ଆଉ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି।