ପବିତ୍ର ବସନ୍ତ ପଞ୍ଚମୀ, ମା ସରସ୍ବତୀଙ୍କ ପୂଜା ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୨/୦୨: ଆଜି ପବିତ୍ର ବସନ୍ତ ପଞ୍ଚମୀ । ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜା ।  ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ । ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ । ସଜେଇ ହୋଇଛି ସ୍କୁଲ, କଲେଜ । ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସବୁଠି ପୂଜା ପାଉଛନ୍ତି ମା’ । ଏନେଇ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ମା’ଙ୍କୁ ଆରଧନା କରୁଛନ୍ତି ବିଦ୍ୟାର୍ଥୀ । ମନ୍ତ୍ର ଓ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ ।ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ କୁହାଯାଏ ଯେ, ଏହି ଦିନ ଜ୍ଞାନର ଦେବୀ ମା’ ସରସ୍ୱତୀ ଅବତାର ଗ୍ରହଣ କରିଥିଲେ । ମାତା ସରସ୍ୱତୀ ଶିକ୍ଷା, ସଙ୍ଗୀତ, ଜ୍ଞାନ ଏବଂ କଳାର ଦେବୀ ହୋଇଥିବାରୁ ବିଶେଷ କରି ତାଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଡ଼ ଧୁମଧାମରେ ପୂଜା କରାଯାଉଛି ।

Leave a Reply

Your email address will not be published. Required fields are marked *