ଚୀନ, କାନାଡ଼ା ଓ ମେସ୍କିକୋ ଉପରେ ଟାରିଫ ଲଗାଇଲା ଆମେରିକା

ନୂଆଦିଲ୍ଲୀ,୨/୦୨: ଆଜିଠୁ ଚୀନ, କାନାଡ଼ା ଓ ମେସ୍କିକୋ ଉପରେ ଟାରିଫ ଲଗାଇଲା ଆମେରିକା । ଏନେଇ ହ୍ବାଇଟହାଉସ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି । ନୂଆ କଟକଣା ଅନୁସାରେ ଚୀନ ଉପରେ ୧୦%, ମେସ୍କିକୋ ଓ କାନାଡା ଉପରେ ୨୫% ଲଗାଯାଇଛି । ଆମେରିକା ରାଷ୍ଟ୍ରପତି ହେବା ପରେ ଟାରିଫ ଲଗାଯିବା ନେଇ ଘୋଷଣା କରି ତିନୋଟି ଦେଶକୁ ଝଟକା ଦେଇଛନ୍ତି ଟ୍ରମ୍ପ । ଶପଥ ନେବା ସମୟରେ ଟ୍ରମ୍ପ କହିଥିଲେ ଚୀନ, କାନାଡ଼ା,ମେସ୍କିକୋରୁ ବେହିସାବ ମାଦକଦ୍ରବ ଆମେରିକାକୁ ଆସୁଛି ଓ ଏହା ଯୋଗୁଁ ହଜାର ସଂଖ୍ୟକ ଲୋକଙ୍କ ଜୀବନ ଯାଉଛି । ଏମାନଙ୍କ ସହ ଆମେରିକାର ବାଣିଜ୍ୟକ ସର୍ମ୍ପକରେ ବିଶେଷ କିଛି ଫାଇଦା ହେଉନି ତେଣୁ ଟାରିଫ ଲଗାବାକୁ ପଡୁଛି ।

Leave a Reply

Your email address will not be published. Required fields are marked *