ନୂଆଦିଲ୍ଲୀ,୧/୦୨: ସଂସଦରେ ଆଜି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ସବୁଠୁ ବଡ ଘୋଷଣାକୁ ଅପେକ୍ଷା କରିଥାନ୍ତି ସବୁ ବର୍ଗର ଲୋକେ । ତାହା ହେଉଛି କ’ଣ ଶସ୍ତା ଆଉ କ’ଣ ମହଙ୍ଗା ହେବ। ଲୋକଙ୍କ ଏହି ଅପେକ୍ଷାକୁ ଭରଣା କରିଛନ୍ତି ସୀତାରମଣ। ଏନେଇ କରିଛନ୍ତି ବଡ ଘୋଷଣା। ଏବେ ଜାଣନ୍ତୁ କଣ ହେଲା ଶସ୍ତା । ମେଡିକାଲ ଉପକରଣ, ମୋବାଇଲ, କାର୍ ବ୍ୟାଟେରୀ, ଇଲେକ୍ଟ୍ରିକ ଗାଡ଼ି, ଏଲଇଡି ଟିଭି, ଲିଥିୟମ ଆୟନ ବ୍ୟାଟେରୀ, କପଡ଼ା, ଜୋତା, ପର୍ସ, ଲେଦର ଜ୍ୟାକେଟ୍, ବୈଦ୍ୟୁତିକ ଉପକରଣ କ୍ୟାନ୍ସର ଶସ୍ତା, ୬୫ ଔଷଧ ଉପରୁ ସୀମା ଶୁଳ୍କ ଛାଡ ହୋଇଛି ।