ନୂଆଦିଲ୍ଲୀ, ୩୧/୦୧: ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ । ବିସିସିଆଇ ନିଜର ବାର୍ଷିକ ସମାରୋହରେ ଏହି ଆୱାର୍ଡ ପ୍ରଦାନ କରିବ । ତେବେ ସଚ୍ଚିନ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ କରିଥିବା ଖେଳାଳି ଅଟନ୍ତି। ଟେଷ୍ଟ ଓ ଏକଦିବସୀୟ ଫର୍ମାଟରେ ନିଜ ନାମରେ ଅନେକ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ସଚିନ ଏକଦିବସୀୟ ମ୍ୟାଚ୍ରେ ୪୯ ଶତକ ଏବଂ ୯୬ ଅର୍ଦ୍ଧଶତକ ସହିତ ୧୮,୪୨୬ ରନ୍ ଏବଂ ଟେଷ୍ଟରେ ୫୧ ଶତକ ଏବଂ ୬୮ ଅର୍ଦ୍ଧଶତକ ସହିତ ୧୫,୯୨୧ ରନ୍ କରିଛନ୍ତି।