ଭୁବନେଶ୍ୱର,୨୯/୦୧: ଆଜି ଉତ୍କର୍ଷ ଓଡିଶା କନକ୍ଳେଭର ଦ୍ଵିତୀୟ ଦିନ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କୁ ଆଗରେ ରଖି ଶିଳ୍ପ ସମୃଦ୍ଧ ଓଡ଼ିଶା ଗଠନ କରିବା ଦିଗରେ ଆଗକୁ ବଢୁଛନ୍ତି ସରକାର। ଉତ୍କର୍ଷ ଓଡ଼ିଶା ମଞ୍ଚରେ ଏହାର ଝଲକ ଦେଖିବାକୁ ମିଳିଛି। ରାଜଧାନୀରେ ମହିଳା ସଶକ୍ତିକରଣର ନାରା ଗୁଞ୍ଜରିତ ହେଉଥିବା ବେଳେ ଗ୍ରାମାଞ୍ଚଳରେ ରାଜରାସ୍ତାରେ ବସିଛନ୍ତି ହଜାର ହଜାର ମିଶନ ଶକ୍ତି ମହିଳା।
ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ମହିଳା ଉଦ୍ୟୋଗୀଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମହିଳାଙ୍କ ପାଇଁ ରାଜ୍ୟରେ ସ୍ବତନ୍ତ୍ର ଶିଳ୍ପ ପାର୍କ ସହ ଇପିକଲରେ ସ୍ବତନ୍ତ୍ର ସେଲ ପ୍ରତିଷ୍ଠା ନେଇ ସବୁଜ ସଂକେତ ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଉତ୍କର୍ଷ ଓଡ଼ିଶା ମଞ୍ଚରୁ ମହିଳାଙ୍କୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ମହିଳା ସଶକ୍ତିକରଣକୁ ବଳ ଦେବାକୁ ସୁଭଦ୍ରା ମୁଦ୍ରା କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ଭଳି ପଦକ୍ଷେପ ନେଇଛନ୍ତି ସରକାର।