ମହାରାଷ୍ଟ୍ରରେ ଚିନ୍ତା ବଢ଼ାଇଲାଣି ଜିବିଏସ ବା ଗୁଇଲେନ-ବାରେ ସିଣ୍ଡ୍ରୋମ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବଢିବାରେ ଲାଗିଛି ଜିବିଏସ ବା ଗୁଇଲେନ-ବାରେ ସିଣ୍ଡ୍ରୋମ । ମହାରାଷ୍ଟ୍ରରେ ଆତଙ୍କ ମଚାଇଛି ଏହି ରୋଗ । ଏହାର ପ୍ରଭାବରେ ପୁଣେରେ ପାଖାପାଖି ୧୧୧ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୭ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଏବେ ଗୁରୁତର ଅବସ୍ଥାରେ ରହିଛନ୍ତି । ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ସେହିପରି ପୁଣେ ପରେ ଏହି ରୋଗ ଏବେ ନାଗପୁରରେ ମଧ୍ୟ ବ୍ୟାପିବାରେ ଲାଗିଛି । ନାଗପୁରରେ ୪ ଜଣ ଆକ୍ରନ୍ତାଙ୍କୁ ଚିହ୍ନଟ ପରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏଥିରେ ଛୋଟ ଶିଶୁ ମଧ୍ୟ ରହିଛନ୍ତି । ସେପଟେ ଜିବିଏସର ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏହି ଟିମରେ ୭ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞ ରହିଛନ୍ତି । ସେମାନେ ସୋମବାର ମହାରାଷ୍ଟ୍ରର ପୁଣେ ଓ ନାଗପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି । ଏହି ଟିମରେ ଦେଶର ଜଣାଶୁଣା ଭୂତାଣୁ ଗବେଷକ ମଧ୍ୟ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *