ବିଜେପି ସାଂସଦ ରାମସ୍ବରୂପଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ, ୧୭/୩: ହିମାଚଳପ୍ରଦେଶର ବିଜେପି ସାଂସଦ ରାମସ୍ବରୂପ ଶର୍ମାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦିଲ୍ଲୀ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କିନ୍ତୁ ତାଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏହାପରେ ପୋଲିସ ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।