ସାଧାରଣତନ୍ତ୍ର ଦିବସର ଅବ୍ୟବିହତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୨୫/୦୧: ସାଧାରଣତନ୍ତ୍ର ଦିବସର ଅବ୍ୟବିହତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି ଆଜି ଭାରତ ସାରା ବିଶ୍ବର ନେତୃତ୍ବ କରୁଛି ।  ସମ୍ବିଧାନ ଆମକୁ ସାମୁହିକ ପରିଚୟ ଦେଉଛି ।ଏହା ଆମକୁ ଗୋଟିଏ ପରିବାରରେ ବାନ୍ଧି ରଖୁଛି । ଏକକ ନିର୍ବାଚନ ସମ୍ପର୍କରେ  ରାଷ୍ଟ୍ରପତି କହିଛନ୍ତି,  ଏହା ଶାସନତନ୍ତ୍ରକୁ ସ୍ଥିରତା ଦେବ ଓ ଅଯଥା ଆର୍ଥିକ ବୋଝକୁ  କମାଇବ ।  ଦେଶକୁ ଆଗେଇନେବାରେ ମହିଳାଙ୍କ ସକ୍ରିୟ ଯୋଗଦାନ ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିଭଳି  ଦେଶର ଭିତ୍ତିଭୂମି ଢାଂଚାର ପରିବର୍ତ୍ତନରେ ଶ୍ରମିକ ଭାଇ-ଭଉଣୀଙ୍କ ଯୋଗଦାନ ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ।

Leave a Reply

Your email address will not be published. Required fields are marked *