ଜେପିସି ବୈଠକରେ ହଙ୍ଗାମା ପ୍ରସଙ୍ଗ, ଦିନକ ପାଇଁ ୧୦ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ, ୨୩/୦୧: ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟିରେ ହଙ୍ଗାମା  ପରିସ୍ଥିତି ସମ୍ଭାଳିବା ପାଇଁ ମାର୍ଶାଲ ଡକାଇବାକୁ ପଡ଼ିଥିଲା । ଜେପିସି ବୈଠକ ଗଣ୍ଡଗୋଳ ଘଟଣାରେ ଅସଦ୍ଦୁଦ୍ଦିନ ଓବିସି ଓ କଲ୍ୟାଣ ବାନାର୍ଜୀଙ୍କ ସମେତ ମୋଟ୍ ୧୦ ଜଣ ବିରୋଧୀ ସାଂସଦଙ୍କୁ ଦିନକ ପାଇଁ ଜେପିସିରୁ ସସପେଣ୍ଡ କରାଯାଇଛି । ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ କଥାକୁ ବୈଠକେ ବାରମ୍ୱାର ଉପେକ୍ଷା କରାଯାଉଛି । ଆଗରୁ ମଧ୍ୟ ବୈଠକରେ ବିବାଦ ହୋଇଥିଲା । ୱାକଫ୍ ନେଇ ଗଠିତ ଜେପିସି ବୈଠକ ଦୁଇଦିନ ଧରି ଚାଲିବ । ଆସନ୍ତା ୨୭ କିମ୍ୱା ୨୮ ତାରିଖରେ ଜେପିସି ରିପୋର୍ଟ ଦିଆଯିବ ।

Leave a Reply

Your email address will not be published. Required fields are marked *