ଭୁବନେଶ୍ୱର,୨୪/୦୧: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦଶ କୋଟିରୁ ଅଧିକ ଟପିଯାଇଛି । ତ୍ରିବେଣୀ ସଂଗମରେ ଦଶ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । ଗୁରବାର ସୁଧା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦଶ କୋଟି ଟପିଥିବା ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । କୁମ୍ଭମେଳାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢି ଚାଲିଛି । ଲକ୍ଷଲକ୍ଷ ଶ୍ରଦ୍ଧାଳୁ ନିୟମିତ ଆସି ବୁଡ ପକାଇବା ସବ ପୂଣ୍ୟ ଅର୍ତନ କରୁଛନ୍ତି । ଗୁରବାର କେବଳ ସଂଗମରେ ତିରିଶି ଲକ୍ଷ ଲୋକ ପବିତ୍ର ବୁଡ ପକାଇଛନ୍ତି । କୁହାଯାଉଛି ଯେ, ଚଳିତବର୍ଷ ମହାକୁମ୍ଭ ମେଳାରେ ୪୫ କୋଟିରୁ ଅଧିକ ଲୋକଙ୍କ ସମାଗମ ହେବ । ଏନେଇ ୟୁପି ସରକାର ଯାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ସେପଟେ ମହାକୁମ୍ଭକୁ ସନାତନୀ ହିନ୍ଦୁଙ୍କ ପାଇଁ ଦୀର୍ଘ ୩୦୦ ପୃଷ୍ଠାର ଆଚାର ସଂହିତା ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ଏହା ମହାକୁମ୍ଭ ପରିସରରୁ ଜାରି କରାଯିବ ।