ଏବେଠୁ ଏତେ ଆଗକୁ କେତେ, ମାଘ ମାସରେ ମାଡ଼ିଲାଣି ତାତି

ଭୁବନେଶ୍ୱର, ୨୩/୦୧: ମାଘ ମାସରେ ରାଜ୍ୟରୁ ଗାଏବ୍ ହୋଇଗଲାଣି ଶୀତ । ଏବର୍ଷ ଜାନୁଆରୀରୁ ଅନୁଭବ ହେଲାଣି ଖରା ତାତି । ବିଭିନ୍ନ ସ୍ଥାନରେ ବଢିଛି ପାରଦ ।ଗତ ୨୪ ଘଣ୍ଟା ଭିତରେ ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଛି। ରାଉରକେଲା, ଦାରିଙ୍ଗବାଡି, କୋରାପୁଟରେ ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କିଛି ସହରରେ ତାପମାତ୍ରା ଗତ ୨୪ ଘଣ୍ଟାରେ ବୃଦ୍ଧି ପାଇଛି । ଚାନ୍ଦବାଲିରେ ପୂର୍ବ ପାରଦଠାରୁ ୪ ଡିଗ୍ରୀ ବଢିଛି ପାରଦ । ସେହିପରି ପାରାଦୀପରେ ୨.୮ ଡିଗ୍ରୀ, ଭୁବନେଶ୍ବରରେ ୨.୨ ଡିଗ୍ରୀ, କଟକରେ ୧.୩ ଡିଗ୍ରୀ ପାରଦ ବଢିଛି ।  ରାଜ୍ୟର ବିଭିନ୍ନ ସ୍ଥାନରେ ବଢିଛି ତାପମାତ୍ରା, କମିଛି ଶୀତ । ମାଘ ମାସରେ ଶୀତ ପରିବର୍ତ୍ତେ  ଖରା ତାତି ଦେହକୁ କାଟୁଛି । ଆଗକୁ ବୈଶାଖ ମାସରେ ଖରା କେତେ ପ୍ରଚଣ୍ଡ ହେବା ତାହା ଏବେଠୁ ଅନୁମାନ କରାଯାଇପାରେ ।

Leave a Reply

Your email address will not be published. Required fields are marked *