ଭୁବନେଶ୍ୱର,୨୨/୦୧: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଅନୁଗୋଳ ବିଧାୟକ ତଥା ଆପେକ୍ସ କାଉନ୍ସିଲ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲମ୍ପିକ ଆସୋସିଏସନର ସଂପାଦକ ଅଭିଜିତ ପାଲ୍, ପୂର୍ବତନ ବିଧାୟକ ତଥା ପୂର୍ବତନ ରଣ୍ଜୀ ଟିମ୍ କୋଚ୍ ରଞ୍ଜୀବ ବିଶ୍ୱାଳ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି।