ନୂଆଦିଲ୍ଲୀ,୨୨/୦୧: ମହାରାଷ୍ଟ୍ର ଜଲଗାଓଁ ପାରଣ୍ଡା ଷ୍ଟେସନରେ ରୁମଟାଙ୍କୁରା ଘଟଣା ଘଟିଛି। ଟ୍ରେନ ଧକ୍କାରେ ଚାଲିଗଲା ୧୧ଜଣ ଯାତ୍ରୀଙ୍କ ଜୀବନ । ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କକ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଗୁଜବ ପରେ ତଳକୁ ଡେଇଁପଡ଼ିଥିଲେ ଯାତ୍ରୀ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସମ୍ମୁଖରେ ଆସିଯିବାରୁ ଏହିପରି ଘଟଣା ଘଟିଛି। ଡେଇଁବା ସମୟରେ ଯେଉଁମାନେ କର୍ଣ୍ଣାଟକ ଏକ୍ସପ୍ରେସ ଆଗକୁ ଆସିଲେ ସେମାନଙ୍କ ଉପରେ ଟ୍ରେନ ଚଢି ଚାଲିଯାଇଥିଲା । ଏହି ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ରେଳ କର୍ମଚାରୀ ଓ ଉଦ୍ଧାରକାରୀ ଟିମ୍ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ପୁଷ୍କକ ଏକ୍ସପ୍ରେସର ଏକ ବଗିରେ ହଠାତ ନିଆଁ ଲାଗିଯିବା ନେଇ ଗୁଜବ ପ୍ରଚାର ହୋଇଥିଲା, ଡରରେ ଯାତ୍ରୀ ମାନେ ଟ୍ରେନରୁ ଅନ୍ୟଏକ ଟ୍ରାକ ଉପରକୁ ଡେଇଁପଡ଼ିଥିବା ବେଳେ ସେହି ଟ୍ରାକରେ ଅନ୍ୟ ଏକ ଟ୍ରେନ ଆସୁଥିବା ଜାଣିପାରିନଥିଲେ । ଯାହାଫଳରେ ଏପରି ଘଟଣା ଘଟିଛି।