ଭୁବନେଶ୍ଵର,୨୨/୦୧: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଆଉ ଏହି ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପ୍ରସ୍ତାନ ଅନୁସାରେ, ପ୍ରତି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ହେବ । ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବ । ୬ହଜାର ୭୯୪ ପଞ୍ଚାୟତରେ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଏନେଇ ୪ରୁ ୫ କୋଟି ଖର୍ଚ୍ଚ ହେବ । ୪ବର୍ଷ ମଧ୍ୟରେ କାମ ସରିବ । କ୍ୟାବିନେଟରେ ଅର୍ଥ ବିଭାଗ ପ୍ରସ୍ତାବକୁ ଅନୁମୋଦନ ମିଳିବ । ଫେବ୍ରୁଆରି ୫ରେ ଓଡିଶା ଆସିବେ ଷୋଡଶ ଅର୍ଥ କମିଶନ୍ । ୧୨ଲକ୍ଷ ୫୬ହଜାର ୧୪୮ କୋଟିର ଦାବି ରହିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରସ୍ତାବ ରହିବ । ପ୍ରଥମ କରି ଓଡିଶାରେ ପ୍ରତିଷ୍ଠା ହେବ ସେମି କଣ୍ଡକ୍ଟର ୟୁନିଟ୍ । ଶିତଳ ଭଣ୍ଡାର ପାଇଁ ୬୦ ପ୍ରତିଶତ ସବସିଡି ଦିଆଯିବ । ଶିତଳ ଭଣ୍ଡାର ପାଇଁ ୬କୋଟି ୫୦ ଲକ୍ଷ ଟଙ୍କା ବ୍ୟବସ୍ଥା ରହିଛି ।
ବିକଶିତ ଗାଁ ବିକଶିତ ଓଡିଶାକୁ କ୍ୟାବିନେଟ୍ ମଞ୍ଜୁରି ଦିଆଯାଇଛି । ଏଥିପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଗାଁ ପଲ୍ଲୀସଭାରେ ପ୍ରକଳ୍ପକୁ ଅନୁମୋଦନ ମିଳିବ । ନିଯୁକ୍ତି ପାଇବେ ୫ହଜାର ଡାକ୍ତର । କ୍ୟାବିନେଟରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୧୭ ଡାକ୍ତରୀ ନିୟମାବଳୀରେ ହେଲା ସଂଶୋଧନ । ରାଜ୍ୟ କ୍ୟାବିନେଟ୍ ଶିଳ୍ପ ନିତୀ ୨୦୧୫ର ଦୁଇଟି ସଂଶୋଧନକୁ ଅନୁମୋଦନ କରିଛନ୍ତି । ଯେଉଁଥିରେ ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବ । ଏବଂ ପ୍ରତ୍ସାହନକୁ ସୁଗମ ପରିଚାଳନା ପାଇଁ ସହାୟକ ହେବ ।