ଏପ୍ରିଲ ୧୭ରେ ହେବ ପିପିଲି ବିଧାନସଭା ଉପନିର୍ବାଚନ

ପୁରୀ, ୧୬/୩: ଆଜି ପୁରୀ ଜିଲ୍ଲା ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିିଛନ୍ତି ନିର୍ବାଚନ କମିସନ । ଏପ୍ରିଲ ୧୭ରେ ହେବ ପିପିଲି ବିଧାନସଭା ଉପନିର୍ବାଚନ ହେବାକୁ ଥିବା ବେଳେ ମାର୍ଚ୍ଚ ୨୩ ତାରିଖରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ରହିଛି । ମେ ୨ ତାରିଖରେ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ। ସୂଚନାଯୋଗ୍ୟ ଯେ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଆସନ ଖାଲି ପଡ଼ିଛି।