ଫେବ୍ରୁଆରୀ ୧୭ ତାରିଖରେ ଆସିବ ଓଡ଼ିଶା ବଜେଟ୍

ଭୁବନେଶ୍ୱର, ୨୧/୦୧: ଫେବ୍ରୁଆରୀ ୧୭ ତାରିଖରେ ଆସିବ ଓଡ଼ିଶା ବଜେଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ୍ । ତେବେ ମିଳିଥିବା ସୂଚନା ମୁତାବକ, ଫେବ୍ରୁଆରୀ ୧୩ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଯାହାକି ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫେବ୍ରୁଆରୀ ୧୭ ତାରିଖରେ ଆସିବ ରାଜ୍ୟ ବଜେଟ୍ । ଏହା ଉପରେ ସବୁ ଓଡିଶା ବାସୀଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *