ନୂଆଦିଲ୍ଲୀ,୨୧/୦୧: ସୈଫ ଅଲୀ ଖାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ତେଣୁ ତାଙ୍କୁ ଆଜି ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଜାନୁଆରି ୧୬ ତାରିଖରେ ସୈଫ ଅଲୀ ଖାନଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ଜଣକ ଅଭିନେତାଙ୍କ ଉପରେ ଛଅ ଥର ଆକ୍ରମଣ କରିଥିଲା। ସେବେଠାରୁ ସୈଫ୍ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ଥଲେ। ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ମେରୁଦଣ୍ଡରେ ଲାଗିଥିବା ଅଢ଼େଇ ଇଞ୍ଚର ଏକ ଛୁରୀ ଖଣ୍ଡ ମଧ୍ୟ ବାହାର କରିଥିଲେ ବୋଲି ଜଣାପଡ଼ିଛି। ତେବେ ଚିକିତ୍ସା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଆଜି ସେ ଘରକୁ ଫେରିଛନ୍ତି। କୁହାଯାଉଛି ଯେ, ଡାକ୍ତରମାନେ ଖାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇଥିଲେ ମଧ୍ୟ ଅଭିନେତାଙ୍କୁ ଆଗାମୀ କିଛି ଦିନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହା ସହ ଜିମରେ ବ୍ୟାୟାମ ନକରିବାକୁ ମଧ୍ୟ କହିଛନ୍ତି।