ମହାପ୍ରସାଦ ଉପରୁ ହଟିଲା କଟକଣା

ପୁରୀ,୨୦ା୧୦(ଦି ପ୍ରଗତି ନ୍ୟୁଜ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମହାପ୍ରସାଦ ଉପରେ କିଛି କଟକଣା ଲାଗୁ କରାଯାଇଥିଲା । ଯାହା ଆଜି ହଟେଇ ଦିଆଯାଇଛି । ଏଣିକି ଭକ୍ତ ଅବଢ଼ା ପାଇପାରିବେ । ଅନ୍ୟପଟେ ଡିସେମ୍ବର ଶେଷରେ ଶ୍ରୀମନ୍ଦିର ଖୋଲିପାରେ ବୋଲି ସୂଚନା ମିଳିଛି । ଏହାସହ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି । ପତିପାବନକୁ ଦର୍ଶନ ପାଇଁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଭକ୍ତଙ୍କୁ ଯିବା ପାଇଁ ଅନୁମତି ପ୍ରଦାନ କରାଯିବା ନିମନ୍ତେ ସରକାରଙ୍କ ପାଖରେ ପ୍ରସ୍ତାବ ରଖାଯାଇଛି ।