କୋଲକାତା ଆରଜି କର ମେଡିକାଲ କେସ, ମୁଖ୍ୟ ଦୋଷୀ ସଞ୍ଜୟ ରାୟକୁ ମିଳିଲା ଆଜୀବନ ସଜା

ନୂଆଦିଲ୍ଲୀ,୨୦/୦୧: କୋଲକାତା ଆରଜି କର ମେଡିକାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆସିଲା ରାୟ। ଏହି ମାମଲାରେ ମୁଖ୍ୟ ଦୋଷୀ ସଞ୍ଜୟ ରାୟକୁ ମିଳିଲା ଆଜୀବନ ସଜା । ଏହାସହ ତା’ଉପରେ ୫୦ ହଜାର ଟଙ୍କା ଜରିମାନା ଲାଗିଛି। ଅନ୍ୟପଟେ ମୃତ ଅଭୟାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି କ୍ଷତିପୂରଣ ନେବାକୁ ମନା କରିଛନ୍ତି ଅଭୟାଙ୍କ ପରିବାର ଲୋକ । ଏହି ଦଣ୍ଡ ଘୋଷଣା ସହ ୧୬୭ ଦିନ ପରେ ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ମିଳିଛି ନ୍ୟାୟ । ମୃତ୍ୟୁ ଯାଏଁ ଜେଲରେ ରହିବ ସଞ୍ଜୟ । ଏଭଳି କଠୋର ନ୍ୟାୟ ଶୁଣାଇଛନ୍ତି ସିଆଲଦା ସେସନ୍ସ କୋର୍ଟ । ସୂଚନାଯୋଗ୍ୟ ଯେ ୨୦୨୪ ଅଗଷ୍ଟ ୯କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଅତି ବିଭତ୍ସ ଭାବେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ସଞ୍ଜୟ।

Leave a Reply

Your email address will not be published. Required fields are marked *