ଭୁବନେଶ୍ୱର,୨୦/୦୧: ଆସନ୍ତା ୨୪ ରୁ ଆରମ୍ଭ ହେବ ପିଏମ ସର୍ଭେ । ଏନେଇ ସୂଚନା ଦେଇଛନ୍ତି ପଂଚାୟତରାଜମନ୍ତ୍ରୀ ରବି ନାୟକ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ । ଏହାସହ ୨୪ ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର | ଦେଢ଼ରୁ ୨ ମାସ ଚାଲିବ ଆବାସ ସର୍ଭେ । ଏଥିପାଇଁ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ପଂଚାୟତିରାଜ ମନ୍ତ୍ରୀ । କେନ୍ଦ୍ର ସରକାର ଆବାସ ସଂଖ୍ୟା ଦୁଇ କୋଟି କୋଟିରୁ ତିନି କୋଟିକୁ ବଢ଼ାଇଛନ୍ତି । ମାସିକ ପନ୍ଦର ଆୟ ଥିଲେ ବି କରି ପାରିବେ ଆବେଦନ । କାହାକୁ ବଂଚିତ ହେବାକୁ ଦିଆଯିବ ନାହିଁ । ବାପଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ । ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବ ସରକାରର ଆନ୍ତରିକତା ନଥିଲା… ବିଜୁ ପକ୍କାଘରର ଆମ ପାଖରେ ତାଲିକା ନାହିଁ, ଆମେ ଓଡ଼ିଆ ହତଭାଗା ହେଲୁ ତାଲିକା ନାହିଁ… ବିଜୁ ପକ୍କାଘର ନାହିଁ, କିନ୍ତୁ ଛାପା ଅଛି, ଲୋକେ କାଢିବେ , ଛାପା ବା ଘରେ ସିଲଟ ଲଗେଇଛନ୍ତି, ସେ ସିଲଟ ଉଠିବ ।