ବିବାହ ବନ୍ଧନରେ ବାନ୍ଧି ହେଲେ ଆଥଲେଟ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୦/୦୧: ବିବାହ ବନ୍ଧନରେ ବାନ୍ଧି ହେଲେ ଆଥଲେଟ ନୀରଜ ଚୋପ୍ରା ।  ହିମାନୀ ମୋରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି ନୀରଜ। ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ନୀରଜ ।  ଏହି ବିବାହ କିଛି ଦିନ ତଳେ ହୋଇଥିଲା । ହେଲେ ଏହାକୁ ଗୁପ୍ତ ରଖାଯାଇଥିଲା । ହିମାନି ମୋରଙ୍କ ଘର ସୋନିପତରେ ହୋଇଥିବା ବେଳେ ସେ ଏବେ ଆମେରିକାରେ ପାଠ ପଢ଼ୁଛନ୍ତି। ୨୭ ବର୍ଷୀୟ ନୀରଜ ବିବାହ ଫଟୋ  ପୋଷ୍ଟ କରି ଲେଖିଛନ୍ତି ଯେ, ଜୀବନର ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି ।  ଲଗାତର ଦୁଇଟି ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତି ଇତିହାସ ରଚିଥିଲେ । ସେହିପରି ପ୍ୟାରିସ୍ ଅଲିମ୍ପିକ୍ସରେ ସଫଳତା ଜାରି ରଖି ରୌପ୍ୟ ପଦକ ଜିତିଥିଲେ।

Leave a Reply

Your email address will not be published. Required fields are marked *