ନୂଆଦିଲ୍ଲୀ, ୧୯/୦୧: ଭାରତ ପରେ ଏବେ ଆମେରିକାରେ ମଧ୍ୟ ବ୍ୟାନ ହେବ ଟିକଟକ୍ । ଆଜିଠାରୁ ଏହି ନିଷେଧାଦେଶ ଲାଗୁ ହେବ, ଏହା ପରେ ଆମେରିକାରେ ଟିକଟକ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଟିକଟକରେ ସବୁଠାରୁ ବଡ ଅଭିଯୋଗ ହେଉଛି ଡାଟା ଚୋରି । ଅନେକ ଦେଶ ବିଶ୍ୱାସ କରନ୍ତି ଯେ ଟିକଟକ ଏକ ଚାଇନିଜ୍ କମ୍ପାନୀ ହୋଇଥିବାରୁ ୟୁଜର୍ସଙ୍କ ଡାଟା ଚାଇନା ସରକାରଙ୍କ ସହ ସେୟାର କରିପାରିବ । ଏହା ଜାତୀୟ ନିରାପତ୍ତା ପାଇଁ ବିପଦ ସୃଷ୍ଟି କରିପାରେ। ଏହି କାରଣରୁ ଆମେରିକା ସମେତ ଅନେକ ଦେଶ ଟିକ୍ ଟକ୍ ଉପରେ କଡ଼ା ପଦକ୍ଷେପ ନେଇଛନ୍ତି ।
ଟିକ୍ ଟକ୍ ଉପରେ ମଧ୍ୟ ଅନେକ ସମୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଅନେକ ଦେଶ ବିଶ୍ୱାସ କରନ୍ତି ଯେ ଏହି ଆପ୍ କୁ ଦେଶ ଭିତରେ ମିଥ୍ୟା ସୂଚନା ଏବଂ ଅଶାନ୍ତି ପ୍ରସାର କରିବା ପାଇଁ ବ୍ୟବହାର କରାଯାଇପାରେ ।