ରାଷ୍ଟ୍ରପତିଙ୍କୁ ଭେଟି ଓଡ଼ିଶା ଗସ୍ତ ପାଇଁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୧୬/୩: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ  ଆଜି ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ଭେଟିବା ପରେ ଏକ ପାରମ୍ପରିକ ହାତବୁଣା ଗାମୁଛାକୁ ରାଷ୍ଟ୍ରପତିଙ୍କୁ ଦେଇଛନ୍ତି। ଏହାପରେ ଓଡ଼ିଶା ଗସ୍ତ ପାଇଁ ଔପଚାରିକ ଭାବେ ସେ ନିମନ୍ତ୍ରଣ କରିଛନ୍ତି।ମାର୍ଚ ୨୧ ଓ ୨୨ରେ ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ରାଉରକେଲାରେ ଆରଏସପି ଦ୍ବାରା ପରିଚାଳିତ ଆଇଜିଏଚର ଉଦ୍‌ଘାଟନ କରିବେ । ଆସନ୍ତା ୨୧ରେ ରାଉରକେଲା ଓ ୨୨ରେ ରାଷ୍ଟ୍ରପତି ପୁରୀ ଯିବେ ବୋଲି ସୂଚନା ରହିଛି।