ଭୁବନେଶ୍ୱର,୧୬/୦୧: ଛତିଶଗଡ଼ରେ ବଡ଼ ଧରଣର ମାଓ ଅପରେସନ ଚାଲିଥିବା ବେଳେ ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ । ସୁକୁମା, ବିଜାପୁର ଓ ତେଲେଙ୍ଗାନା ସୀମାରେ ବଡ଼ ଅପରେସନ ଚଳାଇଛନ୍ତି ଭାରତୀୟ ଯବାନ । ଏହି ଅପରେସନରେ ଡିଆରଜି, କୋବ୍ରା ଓ ସିଆରପିଏଫ ଯବାନ ସାମିଲ ଅଛନ୍ତି । ନିକଟରେ ଆଇଇଡି ବିସ୍ଫୋରଣ କରି ଯବାନଙ୍କ ଗାଡ଼ି ଉଡ଼ାଇଥିଲେ ମାଓବାଦୀ । ଯେଉଁଥିରେ ୮ ଜଣ ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଯାଇଥିଲେ । ଏହି ଘଟଣା ପରେ ପ୍ରତିଦିନ ଜଙ୍ଗଲରେ ମାଓ ଅପରେସନ କରାଯାଇଛି । ଏହି ଅପରେସନରେ କିଛି ମାଓବାଦୀ ଆତ୍ମସମର୍ପଣ ମଧ୍ୟ କରିଛନ୍ତି । ବିପୁଳ ପରିମାଣର ମାରଣାସ୍ତ୍ର ଓ ମାଓ ସାମଗ୍ରୀ ମଦ୍ୟ ଜବତ ହୋଇଛି ।