ବର୍ତ୍ତମାନ ସୁଦ୍ଧା ରାଜ୍ୟରେ HMPVର କୌଣସି ସୂଚନା ନାହିଁ, ବ୍ୟସ୍ତ ନହେବାକୁ ପରାମର୍ଶ ଦେଲେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୬/୦୧: ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ଭାଇରାଲ ହେବା ପ୍ରସଙ୍ଗରେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ HMPVର କୌଣସି ସୂଚନା ନାହିଁ । ଏବେ ସୁଦ୍ଧା ରାଜ୍ୟରୁ କେହି HMP ଭୂତାଣୁରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିନି । ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ଯେତିକି ନମୁନା HMPV ପରୀକ୍ଷା ପାଇଁ ଯାଇଛି, ସବୁ ନେଗେଟିଭ ଆସିଛି  । ଭୟଭୀତ ହେବାର ଆବଶ୍ୟକତା ନାହିଁ ।  ସାଧାରଣ ଥଣ୍ଡା ଜ୍ବର ଭଳି ଏହାର ଲକ୍ଷଣ । ଏହି ସିଜିନରେ ସାଧାରଣ ଭାବେ ଥଣ୍ଡା ଜ୍ବର ହୁଏ, କିନ୍ତୁ ରୋଗୀ ସଂଖ୍ୟା ଏତେ ଅଧିକ ହୋଇନାହିଁ, ତେଣୁ ଭୟ କରିବାର ଆବଶ୍ୟକତା ନାହିଁ । ଭାଇରସକୁ ନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହା ଉପରେ କଡା ନଜର ରଖିଛନ୍ତି । ସ୍ବାସ୍ଥ୍ୟ ବିଭାଗ ଏଥିସହ ସୂଚନା ଦେଇଛନ୍ତି  HMPV ଭାଇରସ ଅନ୍ୟ ଶ୍ବାସଜନିତ ଜୀବାଣୁ ପରି, ଏହା ଏକ ଶ୍ବାସପ୍ରଶାସ ସହ ଜଡିତ ଭୂତାଣୁ  । ଯାହା ଶୀତ ଋତୁରେ ସାଧାରଣ ଶୀତ ଦିନେ ଥଣ୍ଡା ଏବଂ ଜ୍ବର ଭଳି ସମସ୍ୟା ସୃଷ୍ଟି କରିଥାଏ । ବିଶେଷକରି ଏହା ଶିଶୁ ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ ।

Leave a Reply

Your email address will not be published. Required fields are marked *