ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ହିଣ୍ଡେନ୍‌ବର୍ଗ, ନିଜ କର୍ମଚାରୀଙ୍କୁ ମେସେଜ ସେୟାର କଲେ କମ୍ପାନୀ ପ୍ରତିଷ୍ଠାତା ନାଥାନ ଏଣ୍ଡରର୍ସନ

ନୂଆଦିଲ୍ଲୀ,୧୬/୦୧: ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ହିଣ୍ଡେନ୍‌ବର୍ଗ । ଅଦାନୀ ଗ୍ରୁପ୍ ବିରୋଧରେ ରିସର୍ଚ୍ଚ ରିପୋର୍ଟ ପ୍ରସ୍ତୁତ କରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ଆମେରିକୀୟ କମ୍ପାନୀ ହିଣ୍ଡେନ୍‌ବର୍ଗ ବନ୍ଦ ହେବ । ଏନେଇ କମ୍ପାନୀ ପ୍ରତିଷ୍ଠାତା ନାଥାନ ଏଣ୍ଡରର୍ସନ ଗତକାଲି ବିଳମ୍ବିତ ରାତିରେ ଘୋଷଣା କରିଛନ୍ତି । ନିଜ କର୍ମଚାରୀଙ୍କୁ ଏକ ମେସେଜ୍ ସେୟାର କରି ନାଥାନ କହିଛନ୍ତି, ଅନେକ ଆଲୋଚନା ବିଚାର ବିମର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କାହିଁକି ସେ ନିଜ କମ୍ପାନୀ ବନ୍ଦ କରୁଛନ୍ତି, ଏହାର ନିର୍ଦ୍ଧିଷ୍ଟ କାରଣ ଦର୍ଶାଇ ନାହାନ୍ତି । ୨୦୧୭ ମସିହାରୁ ହିଣ୍ଡେନବର୍ଗ ରିସର୍ଚ୍ଚ ଆରମ୍ଭ ହୋଇଥିଲା। ନାଥାନ ଆହୁରି ମଧ୍ୟ ଲେଖିଛନ୍ତି, ‘ଗତ ବର୍ଷ ଶେଷ ବେଳକୁ ଯାହା ମୁଁ ମୋ ପରିବାର ଓ ସହଯୋଗୀଙ୍କ ସହ ଆଲୋଚନା କରିଥିଲି ତାହା ଏବେ କରିବାକୁ ଯାଉଛି । ମୁଁ ହିଣ୍ଡେନବର୍ଗ ରିସର୍ଚ୍ଚକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି। ପୂର୍ବ ଯୋଜନା ଅନୁସାରେ ଏବେ ଚାଲୁ ରହିଥିବା ସବୁ ରିସର୍ଚ୍ଚ ସମାପ୍ତ ହେଲେ କମ୍ପାନୀ ବନ୍ଦ ହୋଇଯିବ। ମୁଁ ଏ ସବୁ ବହୁତ ଖୁସିରେ ଲେଖୁଛି ବୋଲି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ନାଥାନ ଏଣ୍ଡରର୍ସନ୍। ସେୟାର ମାର୍କେଟ୍, ଇକ୍ବିଟି, କ୍ରେଡିଟ୍ ଆଦି ବିଷୟରେ ରିସର୍ଚ୍ଚ କରିବା ହିଣ୍ଡେନବର୍ଗ କମ୍ପାନୀର ପ୍ରମୁଖ କାମ।

Leave a Reply

Your email address will not be published. Required fields are marked *