କେନ୍ଦୁଝରରେ ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୦୧: କେନ୍ଦୁଝରରେ ବାର୍ଦ୍ଧକ୍ୟ ଭତ୍ତା ଯୋଜନାର ଶୁଭାରମ୍ଭ ହୋଇଛି । ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ମିଳିଲା ୩୫ ଶହ ଟଙ୍କା ଭତ୍ତା । ଏହା ଦ୍ବାରା ଲାଭବାନ ହେବେ ୪ ଲକ୍ଷରୁ ଅଧିକ ହିତାଧିକାରୀ । ମୁଖ୍ୟମନ୍ତ୍ରୀ ଆଜି ହିତାଧିକାରୀଙ୍କୁ ୧୫୦୦ ଟଙ୍କା ପରିବର୍ତ୍ତେ ୩୫୦୦ ଟଙ୍କାର ଭତ୍ତା ବାଣ୍ଟିଛନ୍ତି । ଆଜିଠାରୁ ଏହା ଆରମ୍ଭ ହୋଇଥିବାବେଳେ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଭତ୍ତା ୩୫୦୦ ଟଙ୍କାକୁ ଵୃଦ୍ଧି କରାଯାଇଛି ।

Leave a Reply

Your email address will not be published. Required fields are marked *