ଦେଶରେ ଚାଇନା ଭୂତାଣୁ ଆତଙ୍କ, ଏଚଏମପିଭି ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୧୫/୦୧: ଏବେ ଦେଶରେ ଚାଇନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି । ଦେଶର କେତେକ ରାଜ୍ୟରେ ଏଚଏମପି ଭାଇରାସ ଚିହ୍ନଟ ହୋଇସାରିଲେଣି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କେହି ଆକ୍ରାନ୍ତ ଚିହ୍ନ ହୋଇନଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ହେଲେ ଏଚଏମପିଭିକୁ ନେଇ ସତର୍କ ରହିବାକୁ ଆଜି ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ରାଜ୍ୟ ସରକାର ଏଚଏମପିଭିକୁ ନେଇ ନିଜସ୍ବ ନିର୍ଦ୍ଦେଶାବଳୀ ଜାରି କରିବେ ନା କେନ୍ଦ୍ର ସରକାର ଜାରି କରିବା ପରେ ଏହାକୁ ଅନୁକରଣ କରିବେ ଆଜିର ବୈଠକରେ ସ୍ପଷ୍ଟ ହେବ । ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭ରୁ ଅଧିକ ମାମଲା ସାମ୍ନାକୁ ଆସିଲାଣି । ଅପରପକ୍ଷରେ ଏଚଏମପିଭିକୁ ନେଇ ଚର୍ଚ୍ଚା ବଢିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍ସ ଭୁବନେଶ୍ବର ଏବଂ ଆରଏମଆରସିକୁ ଏସମ୍ପର୍କିତ ରିପୋର୍ଟ ଦେବାକୁ କୁହାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଗତ ବର୍ଷକ ମଧ୍ୟରେ ୪୦ଟି ଏଚଏମପିଭି ମାମଲା ସାମ୍ନାକୁ ଆସିଥିବା ନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *