ପ୍ରଶ୍ନପତ୍ରକୁ ନମ୍ବରିଂ କରାଯିବା ସହ ରହିବ ୱାଟର ମାର୍କ

ଭୁବନେଶ୍ୱର,୧୪/୦୧: ବିଗତ କିଛି ବର୍ଷ ହେଲା ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ହେଉଥିବା ନେଇ ସୂଚନା ରହିଛି। ତେଣୁ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡ ବଡ଼ ପଦକ୍ଷେପ ନେଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଚଳିତ ଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ରକୁ ନମ୍ବରିଂ କରାଯିବା ସହ ଏଥିରେ ୱାଟର ମାର୍କ ଲାଗିବ। ବାର୍ କୋର୍ଡ ସହ ସିକ୍ୟୁରିଟି କୋର୍ଡ ମଧ୍ୟ ରହିବ। ଫଳରେ ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, କେଉଁଠୁ ହୋଇଛି ତାହା ଜଣାପଡ଼ିବ। ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରି ୨୧ ତାରିଖ ଠାରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ।

Leave a Reply

Your email address will not be published. Required fields are marked *