ଭୁବନେଶ୍ୱର,୧୪/୦୧: ଆଜି ପବିତ୍ର ମକର ସଂକ୍ରାନ୍ତି ।ଏହାରି ମଧ୍ୟରେ ମକର ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଗସ୍ତରେ ଯାଇ ପାଟଣା ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ସିଏମ୍ । ସାଙ୍ଗରେ ଥିଲେ ତାଙ୍କ ସାଙ୍ଗ। ବୁଡ଼ ପକାଇବା ପରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବା ସହ ଜଳଲାଗି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବୁଡ ପକାଇବା ବେଳେ ନଦୀ କୂଳରେ ଜଗି ରହିଥିଲେ ସ୍କୁବା ଡାଇଭର ଓ ଅଗ୍ନିଶମ ବାହିନୀ କର୍ମଚାରୀ। ଦିଲ୍ଲୀ ଗସ୍ତ ସାରି ୩ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ।