ନୂଆଦିଲ୍ଲୀ,୧୩/୦୧: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁକାଶ୍ମୀରରେ ଜେଡ୍ ମୋଡ୍ ବା ସୋନମାର୍ଗ ଟନେଲର ଉଦ୍ଘାଟନ କରିଛନ୍ତି । ଏଣିକି ଉପକୃତ ହେବେ ଲଦାଖବାସୀ । ଆଉ ଯାତାୟତରେ ଅସୁବିଧା ହେବନାହିଁ । ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ । ବିଶେଷ କରି ଭାରତୀୟ ସେନା ଉପକୃତ ହେବେ । ୨୭ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ସାଢେ ୬ କିଲୋମିଟର ଲମ୍ବ ଟନେଲର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଜେଡ୍ ମୋଡ୍ ଟନେଲ ଗଗନଗିରିରୁ ସୋନମାର୍ଗ ପର୍ଯ୍ୟନ୍ତ ରହିଛି । ଶ୍ରୀନଗର ଓ ଲଦାଖ ମଧ୍ୟରେ ଅଲୱେଦର କନେକ୍ଟିଭିଟି ସହଜ ହେବ । ଆଉ ଲଦାଖକୁ ଯିବା ପାଇଁ ପାହାଡିଆ ଅଞ୍ଚଳ ଦେଇ ବୁଲିବୁଲି ଯିବାକୁ ଅଧିକ ସମୟ ଲାଗିବନି। ହୋଟେଲ, ପରିବହନ, ରେଷ୍ଟୁରାଣ୍ଟ ସହିତ ସ୍ଥାନୀୟ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବ । ସ୍ଥାନୀୟ କୃଷି ଉତ୍ପାଦନ ବଡ଼ ବଜାରରେ ପହଞ୍ଚିପାରିବ । କେଶର, ସେଓ, ଅଖରୋଟ୍, ଚେରୀ ଆଦି ବଡ଼ ବଜାରରେ ପହଞ୍ଚିବ ।