ମହାକୁମ୍ଭ ମେଳା ପାଇଁ ରେଳବାଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ଉଦଘାଟନ ହେଲା କୁମ୍ଭ ୱାର ରୁମ

ନୂଆଦିଲ୍ଲୀ,୧୨/୦୧: ରାତି ପାହିଲେ ପ୍ରୟାଗରାଜ ମହାକୁମ୍ଭ ମେଳା। ସେପଟେ ମହାକୁମ୍ଭ ମେଳା ପାଇଁ ରେଳବାଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରୟାଗରାଜର ମହାକୁମ୍ଭ ମେଳା ପାଇଁ କୁମ୍ଭ ୱାର ରୁମର ଉଦଘାଟନ କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ନିରାପଦ ଯାତ୍ରା ଓ ଉନ୍ନତ ସେବା ପ୍ରଦାନ କରିବା ରେଲୱେ ‘ୱାର ରୁମ’ର ମୂଳ ଲକ୍ଷ୍ୟ। କୁମ୍ଭ ୱାର ରୁମ ୨୪ /୭ ଘଣ୍ଟିଆ ସେବା ଯୋଗାଇ ଦେବ। ଏଥିରେ ପରିଚାଳନା ବିଭାଗ, ଆରପିଏଫ, ବାଣିଜ୍ୟ ବିଭାଗ ଅଧିକାରୀ ଅନୁଧ୍ୟାନ କରିବେ।ମେକାନିକାଲ ଇଞ୍ଜିନିୟର, ଇଲେକ୍ଟ୍ରିଲା ଡିପାର୍ଟମେଣ୍ଟ ପକ୍ଷରୁ ଅନୁଧ୍ୟାନ ଓ ପରସ୍ପର ମଧ୍ୟରେ ସମନ୍ୱୟ ରଖିବେ । ପ୍ରୟାଗ ରାଜର ୯ଟି ରେଳ ଷ୍ଟେସନରେ ୧,୧୭୬ଟି ସିସିଟିଭି ଲାଗିଛି। ତୀର୍ଥ ଯାତ୍ରୀଙ୍କ ସୁବିଧା ପାଇଁ ପ୍ରୟାଗରାଜ, ନୈନି, ଚୌକି ଓ ସୁବେଦାରଗଞ୍ଜ ସମେତ ୯ଟି ଷ୍ଟେସନରେ ୧୨ଟି ଭାଷାରେ ଘୋଷଣା ହେବ।

Leave a Reply

Your email address will not be published. Required fields are marked *