ମଧ୍ୟପ୍ରଦେଶରେ ଲୋମହର୍ଷକାରୀ ଘଟଣା, ପ୍ରେମିକକୁ ମାରି ୮ମାସ ଫ୍ରିଜରେ ରଖିଥିଲା ପ୍ରେମିକ

ନୂଆଦିଲ୍ଲୀ,୧୧/୦୧: ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଲୋମଟାଙ୍କୁରା ଖବର। ଜଣେ ପ୍ରେମିକ ନିଜ ପ୍ରେମିକାକୁ ନୃଶଂସ ଭାବେ ହତ୍ୟା କରିଛି। ଦେବାସ ଅଞ୍ଚଳରେ ଲିଭ୍‌ ଇନରେ ରହୁଥିବା ବେଳେ ସାଥୀଙ୍କୁ ହତ୍ୟା କରିଛି ପ୍ରେମିକ । ହତ୍ୟାକାଣ୍ଡ ପରେ ମୃତଦେହକୁ ୮ ମାସ ପର୍ଯ୍ୟନ୍ତ ଫ୍ରିଜରେ ଲୁଚାଇ ରଖିଥିଲା । ପାଖ ରୁମରେ ଲୋକେ ରହୁଥିଲେ ମଧ୍ୟ କେହି ବି ଏହାର ଟେର ପାଇ ନଥିଲେ । ତେବେ ମାତ୍ରାଧିକ ବିଦ୍ୟୁତ ବିଲ୍‌ ଆସିବାରୁ ଘର ଯାଞ୍ଚ ବେଳେ ସାମ୍ନାକୁ ଆସିଥିଲା ଏହି ଘଟଣା । ଶେଷରେ ୮ ମାସ ପରେ ପୁଲିସ ମୃତଦେହକୁ ଜବତ କରିବା ସହ ଏଭଳି ଭୟାନକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପଟିଦାରକୁ ଗିରଫ କରିଛି । ମୃତକଙ୍କ ନାଁ ପିଙ୍କି ପ୍ରଜାପତି ବୋଲି ଜଣାପଡ଼ିଛି । ପିଙ୍କିଙ୍କ ବୟସ ୩୦ ବର୍ଷ ହୋଇଥିବା ଜଣାପଡ଼ିଛି । ସଞ୍ଜୟ ଓ ପିଙ୍କି ୫ ବର୍ଷ ହେବ ଲିଭ୍‌-ଇନରେ ରହୁଥିଲେ । ଶାଢ଼ି ପିନ୍ଧା ଅବସ୍ଥାରେ ପିଙ୍କିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପିଙ୍କିଙ୍କ ଗଳାରେ ଫାଶି ଲଗା ଯାଇଥିଲା । ପିଙ୍କି ବିବାହ ପାଇଁ ଚାପ ପକାଇବାରୁ ଅଭିଯୁକ୍ତ ସଞ୍ଜୟ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ନିଜ ବନ୍ଧୁଙ୍କ ସହାୟତାରେ ଅଭିଯୁକ୍ତ ପିଙ୍କିଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।

Leave a Reply

Your email address will not be published. Required fields are marked *