ଭୁବନେଶ୍ୱର,୧୧/୦୧: ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି ହୋଇଛି । ରେଲୱେ ଜାଗା ଉଚ୍ଛେଦ ପାଇଁ ଆଜି ଓ ଆସନ୍ତାକାଲି ଉଚ୍ଛେଦ ଚାଲିବ । ସେଥିପାଇଁ ଭୋର ୪ ଟାରୁ ରାତି ୧୦ ଯାଏଁ କର୍ଫ୍ୟୁ ଜାରି ହୋଇଛି । ଏଠାରେ ବସବାସ କରୁଥିବା ଲୋକେ ନିଜ ସାମଗ୍ରୀ ନେଇ ସ୍ଥାନାନ୍ତର କରୁଥିବା ବେଳେ ଥଣ୍ଡାରେ କୁଆଡେ ଯିବେ ବୋଲି ଅସନ୍ତୋଷ ବଢ଼ୁଛି । ଅରଡ଼ ବଜାରରୁ ପରିବା ବଜାର, ହରିପୁରରୁ ଦର୍ଜି ପୋଖରୀ, କସ୍ମିଳା ପୋଲ ଠାରୁ ଫୁଲାଡ଼ି ଛକ, ନୂଆ ବଜାର ରେଲୱେ ଗେଟ, ଗଳା ପୋଲ, ନୂଆ ବଜାର ପରିବା ମାର୍କେଟର ଉଭୟ ପାର୍ଶ୍ୱ ରାସ୍ତା ସକାଳ ୪ଟାରୁ ରାତି ୧୦ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ ।