ମୀରଟରେ ଲୋମଟାଙ୍କୁରା ଘଟଣା, ବେଡ ବକ୍ସରୁ ୫ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,୧୦/୦୧: ଉତ୍ତରପ୍ରଦେଶ ମୀରଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ ଦେହ ବେଡ ବକ୍ସରୁ ଉଦ୍ଧାର କରାଯାଇଛି। ଦମ୍ପତିଙ୍କ ସହ ୩ ଜଣ ଶିଶୁ ରହିଥିବା ବେଳେ କ୍ଷତ ବିକ୍ଷତ ଶରୀର ଥିବାରୁ ହତ୍ୟା ସନ୍ଦେହ କରାଯାଇଛି। ସ୍ବାମୀ ସ୍ତ୍ରୀଙ୍କ ସହିତ ୩ଜଣ ଝିଅଙ୍କୁ ମଧ୍ୟ ହତ୍ୟା କରାଯାଇଛି। ୩ ଝିଅଙ୍କ ବୟସ ୧୦ ବର୍ଷରୁ କମ। ସମସ୍ତ ମୃତ ଶରୀରର ମୁଣ୍ଡକୁ କୌଣସି ଓଜନିଆ ଜିନିଷରେ ପିଟା ଯାଇଥିବା ନେଇ ସୂଚନା ଦେଇଛି ପୋଲିସ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ। ପରିବାରର କୌଣସି ଲୋକ ବୁଧବାରରୁ ବାହାରକୁ ବାହାରି ନଥିବା ନେଇ ପଡୋଶୀଙ୍କ ସନ୍ଦେହ ହୋଇଥିଲା। ପଡୋଶୀଙ୍କ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *