ଭୁବନେଶ୍ୱର, ୧୦/୦୧: ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସୂଚନା ଅନୁଯାୟୀ ସହମତିରେ ଦାୟର ହୋଇଥିବା ବିବାହ ବିଚ୍ଛେଦ ମାମଲା ବିଚାରାଧୀନ ଥିବା ବେଳେ ପତିପତ୍ନୀଙ୍କ ମଧ୍ୟରୁ କେହିବି ଚାହିଁଲେ ଏକପାଖିଆ ଭାବେ ସହମତି ପ୍ରତ୍ୟାହାର କରିପାରିବେ। ରାୟରେ ହାଇକୋର୍ଟ କହିଛନ୍ତି, ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୯୫ର ଧାରା ୧୩(B) ଅନୁଯାୟୀ ପତିପତ୍ନୀଙ୍କ ସହମତିରେ ବିବାହ ବିଚ୍ଛେଦ ପାଇଁ ବ୍ୟବସ୍ଥା ରହିଛି। ତେବେ କୋର୍ଟ ଚୂଡାନ୍ତ ରାୟ ପ୍ରଦାନ କରିବା ପୂର୍ବରୁ ଏକପାଖିଆ ଭାବେ ସହମତି ପ୍ରତ୍ୟାହାର କରାଯାଇ ପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ବିବାହ ବିଚ୍ଛେଦ ପାଇଁ ଉଭୟ ପଟୁ ସହମତି ଆବଶ୍ୟକ।