ଭୁବନେଶ୍ୱର, ୧୦/୦୧: ରାଜଧାନୀର ଜନତା ମଇଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ସମ୍ମିଳନୀର ଆଜି ସମାପନ ଦିବସ । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଆଜି ଅନେକ ପ୍ରବାସୀ ଭାରତୀୟଙ୍କୁ ସମ୍ମାନୀତ କରିଛନ୍ତି । ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ବଡ଼ ଘୋଷଣା କରିଛନ୍ତି । ତାଙ୍କ ଘୋଷଣା ମୁତାବକ ଆଜି ସନ୍ଧ୍ୟାରୁ ସାଧାରଣ ଲୋକେ ଜନତା ମଇଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ବୁଲିବା ସହ ବିଭିନ୍ନ ଗ୍ୟାଲେରୀର ଷ୍ଟଲ ଦେଖିପାରିବେ । ୧୨ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନ ଆସି ଏଭଳି କାର୍ଯ୍ୟକ୍ରମ ଦେଖିପାରିବେ ବୋଲି ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଭୁବନେଶ୍ବରରେ ଆୟୋଜିତ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତିରେ ସଫଳ ପ୍ରବାସୀଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ସହିତ ଶେଷ ହୋଇଛି ପ୍ରବାସୀଙ୍କ ମହାକୁମ୍ଭ। ଏପଟେ ବୈଦେଶିକ ମନ୍ତ୍ରାଳୟର ସହଯୋଗରେ ଓଡ଼ିଶା ପ୍ରଥମ ଥର ଏଭଳି ମେଗା ଇଭେଣ୍ଟର ଆୟୋଜନର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ଓଡ଼ିଶା ପାଇଁ ଅପାର ସମ୍ଭାବନା ଓ ସୁଯୋଗ ସୃଷ୍ଟି ଦେବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ଉଦଯାପନୀ ଦିବସରେ ବିଶ୍ବର ୨୪ ରାଷ୍ଟ୍ରର ୨୭ ଜଣ ସଫଳ ପ୍ରବାସୀଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି।