ରାସନକାର୍ଡଧାରୀଙ୍କ ପାଇଁ ବଡ଼ ଖବର, ୩୧ ଜାନୁଆରୀ ସୁଦ୍ଧା ଇ-କେୱାଇସିଏ ଶେଷ ତାରିଖ

ଭୁବନେଶ୍ୱର,୯/୦୧: ରାସନକାର୍ଡଧାରୀଙ୍କ ପାଇଁ ଆସିଲା ବଡ ଖବର । ୩୧ ଜାନୁଆରୀ ସୁଦ୍ଧା ଯଦି ଇ-କେୱାଇସି ନକରୁଛନ୍ତି ତେବେ ଆପଣଙ୍କ ରାସନ କାର୍ଡ କଟିଯିବ । ଆଉ ମିଳିବନି ରାସନ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ କରିନାହାଁନ୍ତି ଇ-କେୱାଇସି ।ତେବେ ସବୁଠାରୁ ବଡ କଥା ଇ-କେୱାଇସି ସରିବା ପରେ ମିଳିବ ନୂଆ ରାସନ କାର୍ଡ । ପୂର୍ବରୁ ମଧ୍ୟ ସରକାର ଇ-କେୱାଇସି କରିବା ପାଇଁ ସୂଚନା ଦେଇଥିଲେ । କାରଣ ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର ।

Leave a Reply

Your email address will not be published. Required fields are marked *