ଭୁବନେଶ୍ୱର,୮/୦୧: ରସୁଲଗଡ ହତ୍ୟାକାଣ୍ଡ ଘଟଣାରେ ମୃତକଙ୍କ ପତ୍ନୀଙ୍କ ସାଙ୍ଘାତିକ ଅଭିଯୋଗ। ସେ କହିଛନ୍ତି ଯେ ତାଙ୍କୁ ଆଗରୁ ଧମକ ଦେଇଥିଲେ ମୁଣ୍ଡ କାଟି ଦେବେ ବୋଲି ଆଉ ଆଜି ତାଙ୍କୁ ମାରି ଦେଇଛନ୍ତି । ତେବେ ବ୍ରାଉନସୁଗାର ବେପାର ନେଇ ମୁହଁ ଖୋଲିଛନ୍ତି ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ପତ୍ନୀ । ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ୱାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଛି । ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ସକାଳୁ ଝିଅକୁ ସ୍କୁଲ ଛାଡିବାକୁ ବାହାରିଥିଲେ ସହଦେବ। ସ୍କୁଲରେ ଝିଅକୁ ଛାଡି ଫେରିବା ବାଟରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ରସୁଲଗଡ଼ରୁ ବାଣୀବିହାର ବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଇଛନ୍ତି ହତ୍ୟାକାରୀ । ତେବେ ସକାଳୁ ସ୍କୁଟିରେ ଘରକୁ ଫେରୁଥିବାବେଳେ ୪ରୁ ୫ ଜଣ ଖଣ୍ଡାରେ ହାଣି ତାଙ୍କୁ ହତ୍ୟା କରିଛନ୍ତି। ଆଉ ହତ୍ୟା କରି ଫେରାର ହେବାର ଭିଡିଓ ଏବେ ସାମ୍ନାକୁ ଆସିଛି । ହତ୍ୟା ପରେ ଗୋଟେ ବ୍ୟାଗରେ ଦୁର୍ବୃତ୍ତମାନେ ଖଣ୍ଡା ପୂରାଇ ନେଉଥିବା ସନ୍ଦେହ କରାଯାଉଛି ।