ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ୩ ଦିନ ପାଇଁ ଟ୍ରାଫିକ୍ କଟକଣା ଜାରି

ଭୁବନେଶ୍ୱର,୮/୦୧: ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ଭୁବନେଶ୍ବର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ରାତିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବେ। ପ୍ରବାସୀ ଭାରତୀୟ ଦିବସ ପାଇଁ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା ଜାରି ହୋଇଛି। ୩ ଦିନ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ। ଆଜି ସଂଧ୍ୟା ୭ଟା ୫୦ରୁ ୮ଟା ୨୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ ରାସ୍ତା ବନ୍ଦ ,ଏଜି ଛକ, ରାଜଭବନ ଛକ ରାସ୍ତା ଆଜି ସଂଧ୍ୟାରେ ବନ୍ଦ ରହିବ । ସେହିପରି ଆସନ୍ତାକାଲି ସକାଳ ୯ଟା ୩୦ରୁ ୧୦ ପର୍ଯ୍ୟନ୍ତ ମଧ୍ୟ କଟକଣା ଜାରି ହୋଇଛି । ରାଜଭବନ ଛକ, ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ୍ ଛକ ରାସ୍ତା, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଜାଭିୟର ଛକ ଓ ନାଲକୋ ଛକ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ ରହିବ । ସକାଳ ୧୧ଟା ୩୦ରୁ ୧୨ ପର୍ଯ୍ୟନ୍ତ ନାଲକୋ ଛକ, ଜାଭିୟର ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକରେ ରାସ୍ତା, ୧୨୦ ବାଟାଲିୟନ୍, ପାୱାର ହାଉସ୍ ଛକ, ରାଜଭବନ ଛକ ବାମମୋଡ଼ରେ ଗାଡ଼ି ଚଳାଚଳ ବନ୍ଦ ରହିବ । ଏଜି ଛକ ଡାହାଣ ମୋଡ଼, ହସ୍ପିଟାଲ ଛକ, ଏୟାରପୋର୍ଟ ଛକରେ ଟ୍ରାଫିକ୍ କଟକଣା ରହିବ । ଅପରାହ୍‌ଣ ୪ଟା ୨୦ରୁ ଅପରାହ୍ଣ ୪ଟା ୫୦ ମିନିଟ୍ ଯାଏଁ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ ବାମ ମୋଡ଼, ରାଜଭବନ ଛକରେ ଗାଡ଼ି ଚଳାଚଳ ବନ୍ଦ ରହିବ । ୧୦ ତାରିଖ ସକାଳ ୧୧ଟାରୁ ୨୦ରୁ ୧୧ଟା ୫୦ ପର୍ଯ୍ୟନ୍ତ ରାଜଭବନ ଛକରେ କଟକଣା ଜାରି ରହିଛି । ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ୍ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି, ଜୟଦେବ ବିହାର, ଜାଭିୟର ଓ ନାଲକୋ ଛକରେ ରାସ୍ତା ବନ୍ଦ କରାଯାଇଛି । ଦିନ ୪ଟା ୫୦ରୁ ୫ଟା ୨୫ ପର୍ଯ୍ୟନ୍ତ ନାଲକୋ, ଜାଭିୟର, ଜୟଦେବ ବିହାର ଛକ, ବେହେରା ସାହି, ଶାସ୍ତ୍ରୀ ନଗର, ୧୨୦ ବାଟାଲିୟନ୍, ପାୱାର ହାଉସ୍ ଛକରେ ଗାଡ଼ି ଚଳାଚଳ ବନ୍ଦ ରହିବ । ରାଜଭବନ ଛକ ବାମ ମୋଡ଼, ଏଜି ଛକ ଡାହାଣ ମୋଡ଼, ହସ୍ପିଟାଲ ଓ ଏୟାରପୋର୍ଟ ଛକରେ କଟକଣା ଜାରି ରହିଛି ।

Leave a Reply

Your email address will not be published. Required fields are marked *